ବାହୁଡା଼ରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ l l

ବାହୁଡା଼ରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ l l

Jul 15, 2024 - 20:20
Jul 15, 2024 - 20:23
 0  33
ବାହୁଡା଼ରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ  l l

ଭୁବନେଶ୍ୱର ତା 15ରିଖ l ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରାର ପ୍ରତ୍ୟାବର୍ତନ ଯାତ୍ରା ବା ବାହୁଡ଼ାଯାତ୍ରା  ଉପଲକ୍ଷେ  ଆଜି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଥିବା ଗୁଣ୍ଡିଚା ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ରୀତିନୀତି ସହ ରଥ ଟଣା ସମ୍ପୂର୍ଣ ହୋଇ ସନ୍ଧ୍ୟାରେ ପହଂଚିଛି l ଆଜି  ଭୋର 5 ଟା 30 ରେ ରେ ସୂର୍ଯ୍ୟ ପୂଜା, 6 ଟାରେ ଦ୍ୱାର ପାଳ ପୂଜା ସକାଳ ଧୂପ,ବଲ୍ଲଭ l

ଦିନ 12 ଟାରେ ଖିଚୁଡ଼ି ଭୋଗ, 1ଘ 30 ମି ରେ ପହଣ୍ଡି ଆରମ୍ଭ ହୋଇ 3 ଟାରେ ଛେରା ପଂହଁରା, 3ଟା 30 ରେ ଚାର ମାଳ ଫିଟା ପରେ ଦିନ 3ଟା 45 ରେ ରଥ ଟଣା ଆରମ୍ଭ ହୋଇଥିଲା l

ପରେ ଶହ ଶହ ଶ୍ରଦ୍ଧାଳୁ ମାନେ ଭୁବନେଶ୍ୱର କ୍ଲବ, ରାଜଧାନୀ କଲକେନ୍ଦ୍ର, ୟୁନିଟ 6 ସରକାରୀ କ୍ଵାଟର ରାସ୍ତା ଦେଇ ରଥ କୁ ଟାଣି ଟାଣି ନେଇଥିଲେ l କ୍ୟାପିଟାଲ ଥାନା ଅଧିକାରୀଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ପୋଲିସ ପ୍ରଶାସନ ମଧ୍ୟ  ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସୁରକ୍ଷିତ ଭାବେ ରଥ ଟାଣିବାରେ ସହଯୋଗ କରିଥିଲେ l

ମହାପ୍ରଭୁଙ୍କ ଖିଚୁଡ଼ି ପ୍ରସାଦ ସହିତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିରରେ ପରିଚାଳନା କମିଟି ତରଫରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଆସନ୍ତା ବୁଧବାର  ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ସହିତ ସନ୍ଧ୍ୟା ରେ ଭଜନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି l

What's Your Reaction?

like

dislike

love

funny

angry

sad

wow

Rudra Prasad Panda Editor-In-chief, Odia State News Bhubaneswar