ଭଞ୍ଜନଗର ରେ ବିରାଟ କଳସ ବିସର୍ଜନ ଶୋଭାଯାତ୍ରା ।।
ଭଞ୍ଜନଗର ରେ ବିରାଟ କଳସ ବିସର୍ଜନ ଶୋଭାଯାତ୍ରା ।।
ଭଞ୍ଜନଗର ସହରରେ ଆଜି ଏକହଜାର ଆଠ ବିରାଟ କଳସ ବିସର୍ଜନ ଶୋଭାଯାତ୍ରା ସହିତ ବିଶ୍ଵଶାନ୍ତି ମହାଯଜ୍ଞ ର ଘୃତଯଜ୍ଞ ମଣ୍ଡପ ରେ ପୂଜାପାଇଥିବା ବିଭିନ୍ନ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର ମଧ୍ୟ ଆଜି ଜଳରେ ବିସର୍ଜନ କରାଯାଇଛି।
ଭଞ୍ଜନଗର ସହରରେ ଅନୁଷ୍ଠିତ ହୋଇଯାଇଥିବା ୨୧ କୁଣ୍ଡ ବିଶିଷ୍ଟ ବିଶ୍ଵଶାନ୍ତି ମହାଯଜ୍ଞ ର ଆଜି ଅର୍ଥାତ୍ ନଭେମ୍ବର ୨୯ ତାରିଖ ଶୁକ୍ରବାର ୨୦୨୪ ମଧ୍ୟାହ୍ନ ୧୨ ତିରିଶି ମିନିଟ୍ ସମୟରେ କଳସ ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହା ଉକ୍ତ ସ୍ଥାନରୁ ବାହାରି ଭଞ୍ଜନଗରସ୍ଥ ବସଷ୍ଟାଣ୍ଡ, ମେଇନରୋଡ, ଖାଲାସିସାହି, ହାଇସ୍କୁଲ ଛକ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦେଇ ବାଗଦେବୀ ରୋଡ଼ ବରଗଂନାଳ ପାଖରେ ପହଞ୍ଚି ଶେଷ ହୋଇଥିଲା। ଗତ ନଭେମ୍ବର ମାସ ୨୨ ତାରିଖ ଠାରୁ ଭଞ୍ଜନଗରସ୍ଥ ଆର୍.ଏମ୍.ସି ବା ନିୟନ୍ତ୍ରଣ ବଜାର କମିଟି ପଡ଼ିଆ ଠାରେ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଘୃତଯଜ୍ଞ ର ଆହୁତି ପ୍ରଦାନ, ଶ୍ରୀ ହରିକୃଷ୍ଣ ନାମ ସଂକୀର୍ତ୍ତନ, ଗୋ ଯଜ୍ଞ, ଅନ୍ନପ୍ରସାଦ ସେବନ ଯଜ୍ଞ ସହିତ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରବକ୍ତା ଶ୍ରୀ ସତ୍ୟାନନ୍ଦ ଦାସଜୀ ମହାରାଜ୍ ଜଗନ୍ନାଥ ପଞ୍ଚରାତ୍ର କଥାମୃତ ଶ୍ରବଣ କରାଇଥିଲେ। ଉକ୍ତ ମହାନ୍ ଯଜ୍ଞରେ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଅନେକ ସାଧୁସନ୍ଥ ।
What's Your Reaction?